ଆଇଜାକ ନିଉଟନ
ସାର୍ ଆଇଜାକ୍ ନିଉଟନ | |
---|---|
ଜନ୍ମ |
[NS: ୪ ଜାନୁୟାରୀ ୧୬୪୩] ଲିଙ୍କନ୍ସାୟାର୍, ଇଂଲଣ୍ଡ | ୨୫ ଡିସେମ୍ବର ୧୬୪୨
ମୃତ୍ୟୁ | ୨୦ ମାର୍ଚ୍ଚ ୧୭୨୭ [NS: ୩୧ ମାର୍ଚ୍ଚ ୧୭୨୭]0.3em ଇଂଲଣ୍ଡ | (ବୟସ ୮୪)
ଜାତୀୟତା | ଇଂରେଜ |
ଶିକ୍ଷାନୁଷ୍ଠାନ | ଟ୍ରିନିଟି ମହାବିଦ୍ଯାଳୟ, କେମ୍ବ୍ରିଜ୍ |
ପ୍ରସିଦ୍ଧି | ନ୍ଯୁଟନୀୟ ଗତି ମାଧ୍ଯାକର୍ଷଣ କାଲ୍କୁଲସ୍ ଆଲୋକ ବିଜ୍ଞାନ ଦ୍ୱିଘାତ ପ୍ରଗତି ନ୍ଯୁଟନୀୟ ପ୍ରଣାଳୀ ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ, ଗଣିତ, ଜ୍ଯୋତିର୍ବିଜ୍ଞାନ, ସାଧାରଣ ଦର୍ଶନ, ରସାୟନ, ଖ୍ରୀଷ୍ଟୀୟ ଆଧ୍ଯାତ୍ମିକତା |
କର୍ମାନୁଷ୍ଠାନ | କେମ୍ବ୍ରିଜ୍ ବିଶ୍ୱବିଦ୍ଯାଳୟ ରାଜକୀୟ ସମାଜ |
ଶିକ୍ଷକୀୟ ଉପଦେଷ୍ଟା | ଆଇଜାକ୍ ବାରୋ[୧] ବେଞ୍ଜାମିନ୍ ପୁଲେନ୍[୨] |
ଜଣାଶୁଣା ଛାତ୍ର | ରୋଜର୍ କୋଟ୍ସ୍ ୱ୍ଇଲିୟମ୍ ହ୍ୱିଟ୍ସନ୍ |
ପ୍ରଭାବିତ କରିଥିଲେ | ହେନ୍ରୀ ମୁର୍ ପୋଲିସ୍ ବ୍ରେଦ୍ରେନ୍ |
ଆଦର୍ଶ | ନିକୋଲାସ୍ ଫାସିଓ ଡେ ଡୁଲିଅର୍ ଜନ୍ କିଲ୍ |
ଦସ୍ତଖତ | |
ସାର ଆଇଜାକ ନିଉଟନ (୪ ଜାନୁଆରୀ ୧୬୪୩ – ୩୧ ମାର୍ଚ୍ଚ ୧୭୨୭) ଜଣେ ଇଂରେଜ ଭୌତିକବିଦ ଏବଂ ଗଣିତଜ୍ଞ ଥିଲେ । ସେ ଗତି, ଆଲୋକ, ମାଧ୍ୟାକର୍ଷଣ, ଏବଂ କାଲ୍କୁଲସ୍ରେ ନିଜର ନିୟମ ପାଇଁ ଜଣା । ୧୬୮୭ ରେ, ନିଉଟନ ଗୋଟିଏ ବହି ଫିଲୋସୋଫି ନାଚୁରାଲିସ ପ୍ରିନ୍ସିପିଆ ମାଥମେଟିକା (Philosophiae Naturalis Principia Mathematica) ଲେଖିଥିଲେ ଯେଉଁଥିରେ ସେ ତାଙ୍କର ସର୍ବବ୍ୟାପୀ ମାଧ୍ୟାକର୍ଷଣ ଏବଂ ଗତିର ତିନୋଟି ନିୟମବିଷୟରେ କହିଥିଲେ ।
ନିଉଟନ ପ୍ରଥମ ପ୍ରାୟୋଗିକପ୍ରତିଫଳନ ଦୂରବୀକ୍ଷଣ ୧୬୬୮ରେ ତିଆରି କରିଥିଲେ; ସେ ମଧ୍ୟ ଆଲୋକ ଉପରେ ଗୋଟିଏ ତତ୍ତ୍ୱ ପ୍ରଦାନ କରିଥିଲେ ଯେ ଗୋଟିଏ ପ୍ରିଜିମ ଧଳା ଆଲୋକକୁ ଇନ୍ଦ୍ରଧନୁରେ ପରିଣତ କରେ । ସେ ମଧ୍ୟ ଗଟଫ୍ରେଡ଼ ଲେଇବିଞ୍ଜ୍ଙ୍କୁ ସାହାଯ୍ୟ କରିଥିଲେ କାଲକୁଲସ ତିଆରି କରିବା ପାଇଁ । ଆଲବର୍ଟ୍ ଆଇନ୍ଷ୍ଟାଇନ୍ଙ୍କ ଆପେକ୍ଷିକ ତତ୍ତ୍ୱ ପୂର୍ବରୁ ନିଉଟନଙ୍କ ଆଲୋକ, ଗତି ଓ ମାଧ୍ୟାକର୍ଷଣ ନିୟମ ଭୌତିକ ଶାସ୍ତ୍ରରେ ଅତ୍ୟଧିକ ପ୍ରଚଳିତ ଥିଲା ।
ବାଲ୍ୟ ଜୀବନ
[ସମ୍ପାଦନା]ଆଇଜାକ୍ ନିଉଟନ ୪ ଜାନୁୟାରୀ ୧୬୪୩ରେ (ସେହି ବର୍ଷ ଗାଲିଲିଓ ଗାଲିଲି ମୃତ୍ୟୁବରଣ କରିଥିଲେ) ଲିଙ୍କନ୍ସାୟାର୍, ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ତାଙ୍କ ଜନ୍ମର ତିନି ମାସ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ଆଇଜାକ୍ ତିନି ବର୍ଷର ହୋଇଥିବା ବେଳେ ତାଙ୍କ ମାତା ପୁନର୍ବିବାହ କଲେ ତେଣୁ ସେ ତାଙ୍କ ଜେଜେ ମା'ଙ୍କ ପାଖରେ ରହିଲେ । ଚାଷବାସରେ ଆଗ୍ରହି ନ ଥିବାରୁ ସେ ପାଠ ପଢିବା ପାଇଁ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଗଲେ । କୁହାଯାଏ ଯେ ନିଉଟନ ଯେତେବେଳେ ଗୋଟିଏ ସେଓ ଗଛ ତଳେ ବସି ପଢୁଥିଲେ ଗୋଟିଏ ସେଓ ଆସି ତାଙ୍କ ମୁଣ୍ଡ ଉପରେ ପଡ଼ିଲା । ଏହି ଘଟଣା ମାଧ୍ୟାକର୍ଷଣ ପାଇଁ ପ୍ରେରଣା ଦେଲା ।
ପ୍ରଥମ କାମ
[ସମ୍ପାଦନା]ନିଉଟନ ବ୍ରହ୍ମାଣ୍ଡର ସଂରଚନା ଗଣିତ ମାଧ୍ୟମରେ କରିଥିଲେ । ସେ ଗତି ଓ ମାଧ୍ୟାକର୍ଷଣର ନିୟମ ବୁଝାଇଥିଲେ । କୌଣସି ବସ୍ତୁ ଉପରେ କିଛି ବଳ ପ୍ରୟୋଗ ହେଲେ ହେଉଥିବା ପରିଣାମ ଏହି ନିୟମମାନେ ବୁଝାନ୍ତି । କେମ୍ବ୍ରିଜ୍ର ଟ୍ରିନିଟି ମହାବିଦ୍ୟାଳୟରେ ଅଧ୍ୟାପକ ଥିବା ସମୟରେ ୧୬୮୭ରେ ସେ ତାଙ୍କର ପ୍ରସିଦ୍ଧ ପୁସ୍ତକ ପ୍ରିନ୍ସିପିଆ ପ୍ରକାଶ କରିଥିଲେ । ପ୍ରିନ୍ସିପିଆରେ ସେ ଗତିର ତିନିଟି ମୂଳ ନିୟମ ବୁଝାଇଥିଲେ । ପରେ ସେ ମାଧ୍ୟାକର୍ଷଣ ତତ୍ତ୍ୱ କହିଥିଲେ । ସମସ୍ତ ବସ୍ତୁକୁ ତଳକୁ ଟାଣୁଥିବା ବଳ ହେଉଛି ମଧ୍ୟାକର୍ଷଣ । ଟେବୁଲ୍ ଉପରୁ ପଡୁଥିବା କଲମ ଚଟାଣରେ ପଡ଼ିବ, ଛାତ ଉପରେ ନୁହେଁ । ନିଉଟନ ନିଜ ପୁସ୍ତକରେ ନିୟମମାନଙ୍କର ବ୍ୟବହାର କରି ପ୍ରମାଣ କଲେ ଯେ ସୂର୍ଯ୍ୟ ଚତୁର୍ପାର୍ଶ୍ୱରେ ଗ୍ରହମାନଙ୍କର ଗତିପଥ ଗୋଲ ନୁହେଁ, ବରଂ ଅଣ୍ଡାକୃତି ।
ଗତିର ତିନୋଟି ନିୟମ
[ସମ୍ପାଦନା]ନିମ୍ନଲିଖିତ ଗୁଡ଼ିକ ଗତିର ତିନୋଟି ନିୟମ ଅଟନ୍ତି ।
ପ୍ରଥମ ନିୟମ (ଜଡ଼ତାର ନିୟମ)
[ସମ୍ପାଦନା]ନିଉଟନଙ୍କର ଗତିର ପ୍ରଥମ ନିୟମ ଅନୁଯାୟୀ, କୌଣସି ବସ୍ତୁ ସ୍ଥିର ଥିଲେ ସ୍ଥିର ରୁହେ ଏବଂ ଗତିଶୀଳ ଥିଲେ ସରଳରେଖାରେ ସମବେଗରେ ଗତି କରେ, ଯେ ପର୍ଯ୍ୟନ୍ତ କିଛି ଟଣା ବା ଠେଲା ବଳ ତା ଉପରେ ପ୍ରୟୋଗ ହୋଇ ନାହିଁ । ଏ କଥା ବୁଝିବା ପାଇଁ ସହଜ ଯେ କୌଣସି ଠେଲା ବା ଟଣା ବଳ ବିନା ରକେଟ୍ ଗତି କରିବ ନାହିଁ । କିନ୍ତୁ ବିନା କାରକରେ ବସ୍ତୁ ଗତି କରିବ ବୋଲି ବୁଝିବା କଷ୍ଟ । ରକେଟ୍ କଥା ପୁଣି ଚିନ୍ତା କରାଯାଉ । ରକେଟ୍ ରହିବା ପୂର୍ବରୁ ଯଦି ଜଣେ ରକେଟ୍ରୁ ଲମ୍ଫ ଦିଏ, କ'ଣ ହେବ ? ରକେଟ୍ ମହାକାଶ ପର୍ଯ୍ୟନ୍ତ ଯାତ୍ରା କରିବ । କୌଣସି ବସ୍ତୁର ସ୍ଥିର ରହିବା ଅଥବା ସରଳରେଖାରେ ସମବେଗରେ ଗତି କରିବାର ପ୍ରବଣତାକୁ ଜଡତା କୁହାଯାଏ ।
ଦ୍ୱିତୀୟ ନିୟମ (ତ୍ୱରଣର ନିୟମ)
[ସମ୍ପାଦନା]ଦ୍ୱିତୀୟ ନିୟମ ବସ୍ତୁ ଉପରେ ପ୍ରଯୁକ୍ତ ବଳ ବିଷୟରେ ପର୍ଯ୍ୟବେଷିତ । ବସ୍ତୁ ସେହି ଦିଗକୁ ଗତି କରେ ଯେଉଁ ଦିଗକୁ ବଳ ପ୍ରୟୋଗ ହୁଏ । ଜଣେ ସାଇକେଲରେ ବସି ପେଡାଲ୍ ମାରିଲେ ଗତି କରିବା ଆରମ୍ଭ କରେ । ସାଇକେଲକୁ କେହି ଯଦି ପଛରୁ ଠେଲେ, ଗତି ବଢିଯାଏ । କେହି ପଛରୁ ଟାଣିଲେ, ଗତି କମିଯାଏ । ଚାଳକ ହ୍ୟାଣ୍ଡଲ୍ ମୋଡିଲେ, ସାଇକେଲର ଦିଗ ବଦଳେ ।
ତୃତୀୟ ନିୟମ (ପାରସ୍ପରିକ କ୍ରିୟାର ନିୟମ)
[ସମ୍ପାଦନା]ପ୍ରତ୍ୟେକ କ୍ରିୟାର ସମାନ ବିପରୀତ ପ୍ରତିକ୍ରିୟା ଥିବା କଥା ତୃତୀୟ ନିୟମ କହେ । ଆମେ ଭାର ଉଠାଇବା ବେଳେ ଉପରକୁ ବଳ ପ୍ରୟୋଗ କରୁ । ଭାର ସମାନ ବଳ ନିମ୍ନ ଦିଗରେ ପ୍ରୟୋଗ କରୁଥିବାରୁ ଓଜନିଆ ଲାଗେ । ଭାର ଉଠାଳୀର ଗୋଡରୁ ଚଟାଣକୁ ଓଜନ ସଂଚରିତ ହୁଏ । ଚଟାଣ ସେହି ସମାନ ବଳ ଉପରକୁ ଛାଡେ । ଯଦି ଚଟାଣ ଉପରକୁ କମ୍ ବଳ ପ୍ରୟୋଗ କରନ୍ତା, ତେବେ ଭାର ତଳକୁ ଖସି ପଡନ୍ତା । ଯଦି ଏହା ଅଧିକ ବଳ ପ୍ରୟୋଗ କରନ୍ତା, ତେବେ ଭାର ଉଠାଳୀ ପକ୍ଷୀ ଶାବକ ଭଳି ଉପରକୁ ଉଡି ଯାଇ ପୁଣି ଖସି ପଡନ୍ତା ।
ମାଧ୍ୟାକର୍ଷଣ ନିୟମର ଆବିଷ୍କାର
[ସମ୍ପାଦନା]ଆମେ ଯେତେବେଳେ ଆଇଜାକ୍ ନିଉଟନଙ୍କୁ ମନେ ପକାଉ, ସେ ଗଛ ତଳେ ବସି ପଡନ୍ତା ସେଓକୁ ଦେଖୁଥିବାର ଛବି ଆମ ମନରେ ସୃଷ୍ଟି ହୁଏ । କେହି କେହି ଭାବନ୍ତି ଯେ ସେଓ ତାଙ୍କ ମୁଣ୍ଡ ଉପରେ ପଡ଼ିଥିଲା । ଯେଉଁ ବଳ ସମସ୍ତ ବସ୍ତୁକୁ ତଳକୁ ଟାଣେ ନିଉଟନ ତାକୁ ମାଧ୍ୟାକର୍ଷଣ ବୋଲି କହିଥିଲେ । ସେ ଭାବିଥିଲେ ଯେ ମାଧ୍ୟାକର୍ଷଣ କୌଣସି ଦୁଇଟି ବସ୍ତୁ, ଯଥା ପୃଥିବୀ ଓ ସେଓ ମଧ୍ୟରେ ଥିବା ଆକର୍ଷଣ ବଳ । ତାଙ୍କ ମତରେ ବେଶି ବସ୍ତୁତ୍ୱ ଥିବା ବସ୍ତୁ ବେଶି ବଳ ପ୍ରୟୋଗ କରେ, ଛୋଟ ବସ୍ତୁକୁ ନିଜ ଆଡକୁ ଟାଣେ । ସେଥିପାଇଁ ପୃଥିବୀ ସବୁ ବସ୍ତୁକୁ ନିଜ ଆଡକୁ ଟାଣେ । ସେଓ ତଳକୁ ପଡ଼ିବା, ମଣିଷମାନେ ଉପରେ ନ ଉଡିବା ପଛରେ ମଧ୍ୟ ଏହି କାରଣ ରହିଛି ।
ଆଇଜାକ୍ ନିଉଟନ ମାଧ୍ୟାକର୍ଷଣ ବିଷୟରେ ପରୀକ୍ଷା ନିରିକ୍ଷା କରିଥିଲେ । ତାଙ୍କ ପୂର୍ବରୁ ଲୋକେ ଭାବୁଥିଲେ ଯେ ପୃଥିବୀ ନିକଟତର ବସ୍ତୁ ହିଁ ଖସିପଡ଼େ । କିନ୍ତୁ ନ୍ୟୁଟନ କହିଲେ ଯେ ମାଧ୍ୟାକର୍ଷଣ ପୃଥିବୀ ଓ ଏହା ଉପରେ ଥିବା ବସ୍ତୁ ଭିତରେ ସୀମିତ ନୁହେଁ । ଯଦି ମାଧ୍ୟାକର୍ଷଣକୁ ଜହ୍ନ ଓ ଆଗକୁ ବିସ୍ତାର କରାଯାଏ ?
ନିଉଟନ ଦୁଇଟି ବସ୍ତୁର ଆକର୍ଷଣ ବଳ ନିର୍ଣ୍ଣୟ କରିବା ପାଇଁ ଏକ ସୂତ୍ର ଉଦ୍ଭାବନ କଲେ । ଏହି ସୂତ୍ର ବ୍ୟବହାର କରି ଜହ୍ନର ପରିକ୍ରମଣ ପାଇଁ ଆବଶ୍ୟକ ବଳ ନିର୍ଣ୍ଣୟ କଲେ । ଏହାକୁ ସେଓ ଖସାଉଥିବା ବଳ ସହିତ ତୁଳନା କଲେ । ପୃଥିବୀ ଠାରୁ ଜହ୍ନର ଦୂରତା ଓ ଅଧିକ ବସ୍ତୁତ୍ୱ ଥିବା କଥା ହିସାବକୁ ନେଇ ସେ ଜାଣିଲେ ଯେ ଉଭୟ କ୍ଷେତ୍ରରେ ବଳ ସମାନ । ପୃଥିବୀର ମାଧ୍ୟାକର୍ଷଣ ଜହ୍ନକୁ ଏକ ପରିକ୍ରମଣ ବଳୟରେ ଧରି ରଖେ ।
ନିଉଟନଙ୍କଦ୍ୱାରା ଉଦ୍ଭାବିତ ଏହି ସୂତ୍ରକୁ ମାଧ୍ୟାକର୍ଷଣ ନିୟମ କୁହାଯାଏ ।
ପ୍ରଭାବ
[ସମ୍ପାଦନା]ବିଶ୍ୱବ୍ରହ୍ମାଣ୍ଡ ଉପରେ ଥିବା ଧାରଣାକୁ ଆଇଜାକ୍ ନିଉଟନ ବଦଳାଇ ଦେଇଥିଲେ । ତାଙ୍କ ପୂର୍ବରୁ କେହି କହି ପାରିନଥିଲେ କାହିଁକି ଗ୍ରହମାନେ ପରିକ୍ରମଣ ପଥରେ ତିଷ୍ଟି ରହନ୍ତି । ସେମାନଙ୍କୁ କିଏ ଧରି ରଖେ ? ଆଇଜାକ୍ ନିଉଟନଙ୍କ ପୂର୍ବରୁ ଧାରଣା ଥିଲା ଯେ ଏକ ଅଦୃଶ୍ୟ ଢାଲ ଗ୍ରହମାନଙ୍କୁ ଧରି ରଖିଛି । ଆଇଜାକ୍ ପ୍ରମାଣ କଲେ ଯେ ସେମାନଙ୍କୁ ସୂର୍ଯ୍ୟଙ୍କ ମାଧ୍ୟାକର୍ଷଣ ଧରି ରଖିଛି । ମାଧ୍ୟାକର୍ଷଣ ଉପରେ ଦୂରତ୍ୱ ଓ ବସ୍ତୁତ୍ୱର ପ୍ରଭାବ ମଧ୍ୟ ସେ ବୁଝାଇଥିଲେ । ଗ୍ରହମାନଙ୍କର ପରିକ୍ରମଣ ପଥ ଅଣ୍ଡାକୃତି ବୋଲି ଜାଣିବାରେ ସେ ପ୍ରଥମ ନ ଥିଲେ । ସେ ଏହାର କାର୍ଯ୍ୟକାରିତା ବୁଝାଇଥିଲେ ।
ଆଲ୍ବର୍ଟ୍ ଆଇନ୍ଷ୍ଟାଇନ୍ କହୁଥିଲେ ଯେ ନିଉଟନଙ୍କ ମାଧ୍ୟାକର୍ଷଣ ନିୟମ ସମ୍ପୂର୍ଣ୍ଣ ସଠିକ୍ ନୁହେଁ । ନିଉଟନ କରିଥିବା ଅନେକ କଥା ସେ ସୁଧାରି ଥିଲେ ।
ମୃତ୍ୟୁ
[ସମ୍ପାଦନା]ଲଣ୍ଡନରେ ୩୧ ମାର୍ଚ୍ଚ ୧୭୨୭ରେ ଆଇଜାକ୍ ନିଉଟନ ମୃତ୍ୟୁବରଣ କରିଥିଲେ । ତାଙ୍କୁ ୱେଷ୍ଟ୍ମିନିଷ୍ଟର୍ ଆବେ'ରେ ସମାଧି ଦିଆଗଲା ।
ଆଧାର
[ସମ୍ପାଦନା]- ↑ Mordechai Feingold, Barrow, Isaac (1630–1677), Oxford Dictionary of National Biography, Oxford University Press, September 2004; online edn, May 2007; accessed 24 February 2009; explained further in Mordechai Feingold " Newton, Leibniz, and Barrow Too: An Attempt at a Reinterpretation"; Isis, Vol. 84, No. 2 (June, 1993), pp. 310–338
- ↑ Dictionary of Scientific Biography, Newton, Isaac, n.4