Location via proxy:   [ UP ]  
[Report a bug]   [Manage cookies]                
Jump to content

କୁପୋଷଣ

ଉଇକିପିଡ଼ିଆ‌ରୁ
କୁପୋଷଣ
କମଳା ରଙ୍ଗର ରିବନ—କୁପୋଷଣର ସଚେତକ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିendocrinology[*], intensive care medicine[*], nutrition[*]
ଆଇସିଡ଼ି-୯-ସିଏମ୍263.9
ମେଡ଼ିସିନ-ପ୍ଲସ000404
ଇ-ମେଡ଼ିସିନped/1360
Patient UKକୁପୋଷଣ
MeSHD044342

କୁପୋଷଣ (ଅପପୁଷ୍ଟି ବା ପୁଷ୍ଟିମାନ୍ଦ୍ୟ ନାମରେ ମଧ୍ୟ ଜଣା, ଇଂରାଜୀ: Malnutrition ବା malnourishment) ଏକ ସ୍ୱାସ୍ଥ୍ୟ ସମସ୍ୟା ଅବସ୍ଥା ଯାହା ଯଥେଷ୍ଟ ପୋଷକ ନ ଥିବା କିମ୍ବା ମାତ୍ରାଧିକ ପୋଷକ ଥିବା ଖାଦ୍ୟ ଖାଇବା ଫଳରେ ସୃଷ୍ଟି ହୁଏ ।[][] ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ । ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଖାଦ୍ୟ ଲବଣ ଓ କ୍ୟାଲୋରିକୁ ପୋଷକ କୁହାଯାଏ । [] କୁପୋଷଣ ଅଧିକାଂଶ ସମୟରେ ଅପ‌ପୁଷ୍ଟିକୁ ବୁଝାଏ ଯେଉଁଥିରେ ଯଥେଷ୍ଟ କ୍ୟାଲୋରି, ପୁଷ୍ଟିସାର କିମ୍ବା ମାଇକ୍ରୋପୋଷକ ନ ଥାଏ ତ‌ଥା ଅଧିକ ପୋଷଣକୁ (overnutrition) ମଧ୍ୟ ବୁଝାଏ । [][] ଗର୍ଭାବସ୍ଥା ଓ ଦୁଇ ବର୍ଷ ବୟସରୁ କମ ଥିବା ପିଲାଙ୍କର ଅପ‌ପୁଷ୍ଟି ହେଲେ ଶାରୀରିକ ତ‌ଥା ମାନସିକ ବୃଦ୍ଧି ହୋଇପାରେ ନାହିଁ । [] ଅତ୍ୟଧିକ ପୋଷକ ଅଭାବ ଯେପରିକି ଉପବାସ ଅବସ୍ଥା ହେଲେ ଉଚ୍ଚତା କମ୍ ହୁଏ, ପତଳା ଶରୀର ହୁଏ, ଶକ୍ତିସ୍ତର କମିଯାଏ ଓ ପେଟ ତ‌ଥା ଗୋଡ଼ ଫୁଲିଯାଏ । [][] ଏଥିରେ ଲୋକର ଅଧିକ ରୋଗ ସଂକ୍ରମଣ ହୁଏ ଓ ଦେହ ଥଣ୍ଡା ରହେ । ମାଇକ୍ରୋପୋଷକ ଅଭାବ ଲକ୍ଷଣ ତାହାର ପ୍ରକାର ଅନୁସାରେ ହୁଏ । []

କୁପୋଷଣ ଏକ ଏପରି ଅବସ୍ଥା ଯାହା ଖାଉଥିବା ଖାଦ୍ୟରେ କେତେକ ପୋଷକର ଅଭାବ, ଆଧିକ୍ୟ, କିମ୍ବା ଅସନ୍ତୁଳିତ ଥିବା ଯୋଗୁ ଉପୁଜେ ।[][] ଏହାକୁ ଇଂରାଜୀରେ ମାଲ୍‌ନ୍ୟୁଟ୍ରିସନ୍ (Malnutrition) ବା ମାଲନରିସମେଣ୍ଟ (malnourishment) କହନ୍ତି । ଖାଦ୍ୟରେ ଅନେକ ଧରଣର ପୋଷକ ଥାଏ ଯଥା ଶ୍ୱେତସାର, ପୁଷ୍ଟିସାର, ଜୀବସାର, ଖାଦ୍ୟ ଲବଣ ଓ କ୍ୟାଲୋରିକୁ ପୋଷକ କୁହାଯାଏ । [] ଓଡ଼ିଆରେ ସାଧାରଣତଃ ଭୁଲ୍ କ୍ରମେ ଏହାକୁ ଖାଦ୍ୟାଭାବ ବୋଲି ଧରାଯାଏ । ତେଣୁ ପୋଷକର ପ୍ରାବଲ୍ୟ ବା ଅଭାବ ଭେଦରେ ବିଭିନ୍ନ ପ୍ରକାରର ପୋଷକ ରୋଗ ହୁଏ । ପୃଥିବୀର ଅଧିକାଂଶ ସ୍ଥାନରେ ଖାଦ୍ୟାଭାବ ତଥା କ୍ୟାଲୋରି ଓ ପ୍ରୋଟିନ ଅଭାବ ଜନିତ ଅପପୁଷ୍ଟି ଦେଖାଯାଏ[] । ସ୍ୱଳ୍ପ ବିକଷିତ ରାଷ୍ଟ୍ରମାନଙ୍କରେ ଅପପୁଷ୍ଟି ଦେଖାଯାଏ । କାରଖାନା ପ୍ରବଣ ଦେଶମାନଙ୍କରେ ମଧ୍ୟ ଏହା ଦେଖାଯାଏ । ଧନୀ ଦେଶମାନଙ୍କରେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଅଧିକ ଶକ୍ତି ସମ୍ପର୍ଣ୍ଣ ଚର୍ବି ଓ ଶ୍ୱେତସାର ଖାଦ୍ୟ ଖାଇବା ଯୋଗୁ ହୁଏ । ପୃଥୁଳତା ଗୋଟିଏ ଜନ ସ୍ୱାସ୍ଥ୍ୟ ସମସ୍ୟା ରୂପେ ଉଭା ହେଲାଣି[]

ଉତ୍ତମ ମାନର ଖାଦ୍ୟ ଖାଇବାକୁ ନ ମିଳିଲେ ଅପ‌ପୁଷ୍ଟି ହୁଏ । [] ଖାଦ୍ୟର ଅତ୍ୟଧିକ ଦାମ୍ ଓ ଦାରିଦ୍ର୍ୟ ଯୋଗୁ ଏହା ସମ୍ଭବ ହୁଏ । [][] ସ୍ତନ୍ୟପାନ ନ କରିବା, ଗ୍ୟାସ୍ଟ୍ରୋଏଣ୍ଟେରାଇଟିସ, ନିମୋନିଆ, ମ୍ୟାଲେରିଆମିଳିମିଳା ଭଳି ସଂକ୍ରାମକ ରୋଗ ହେଲେ ପୋଷଣ ଆବଶ୍ୟକତା ବଢ଼େ ଓ ଫଳତଃ ଏହି କୁପୋଷଣ କରିବାରେ ସାହାଯ୍ୟ କରନ୍ତି । [] ପୁଷ୍ଟିସାର-କୁପୋଷଣ ଓ ଖାଦ୍ୟାଭାବ, ଏହି ଦୁଇ ପ୍ରକାର ଅପ‌ପୁଷ୍ଟି ଦେଖାଯାଏ । [] ପୁଷ୍ଟିସାର କୁପୋଷଣ ଦୁଇ ଗମ୍ଭୀର ପ୍ରକାର ଥାଏ: ମାରାସ୍‌ମସ୍ (marasmus), ଯେଉଁଥିରେ କ୍ୟାଲୋରି ଓ ପୁଷ୍ଟିସାର ଅଭାବ ଥାଏ ଓ କ୍ୱାସିଓର୍କର (kwashiorkor) ଯେଉଁଥିରେ ପୁଷ୍ଟିସାର ଅଭାବ ଥାଏ । [] ସାଧାରଣ ମାଇକ୍ରୋନ୍ୟୁଟ୍ରିଏଣ୍ଟ ମଧ୍ୟରେ ଲୌହ, ଆୟୋଡିନ ଓ ଭିଟାମିନ ଏ ଅଭାବ ଅଭାବ ମୂଖ୍ୟସ୍ଥାନରେ ଥାଏ ।[] ଗର୍ଭାବସ୍ଥାରେ ଅଧିକ ଚାହିଦା ଯୋଗୁ ପୋଷକ ନିଅଣ୍ଟ ଅଧିକ ପଡ଼େ ।[୧୦] କେତେକ ବିକାଶଶୀଳ ଦେଶମାନଙ୍କରେ ଅପ‌ପୁଷ୍ଟି ସାଥିରେ କେତେକ ଗୋଷ୍ଠୀରେ ମୋଟାପଣ ମଧ୍ୟ ଦେଖାଯାଉଛି । [୧୧] କୁପୋଷଣର ଅନ୍ୟ କାରଣମାନଙ୍କ ମଧ୍ୟରେ ଆନୋରେକ୍ସିଆ ନର୍ଭୋସା (anorexia nervosa) ଓ ବାରିଆଟ୍ରିକ ଅପରେଶନ (bariatric surgery) ଅନ୍ୟତମ । [୧୨][୧୩] ବୟସ୍କମାନଙ୍କ କ୍ଷେତ୍ରରେ ଶାରୀରିକ, ମନସ୍ତାତ୍ତ୍ୱିକ ଓ ସାମାଜିକ ପ୍ରଭାବ ଯୋଗୁ ଅଧିକ କୁପୋଷଣ ଦେଖାଯାଏ । [୧୪]

ବିକାଶ ଯୋଜନାରେ ପୋଷକ ଉନ୍ନତି ପ୍ରଚେଷ୍ଟା ଅତି ଫଳପ୍ରଦ ବ୍ୟବସ୍ଥା ଅଟେ । [୧୫] ସ୍ତନ୍ୟପାନ କରାଇଲେ ଶିଶୁ କୁପୋଷଣ ଓ ମୃତ୍ୟୁ ହାର କମାଏ, [] ଓ ପ୍ରଚେଷ୍ଟାଦ୍ୱାରା ଉନ୍ନତି ହାର ବଢ଼େ । [୧୬] ୬ ମାସରୁ ୨ ବର୍ଷ ବୟସ ମଧ୍ୟରେ ସ୍ତନ୍ୟପାନ ସ‌ହ ଅନ୍ୟ ଖାଦ୍ୟ ଦେଲେ ଫଳାଫଳ ଉନ୍ନତ ହୁଏ । [୧୬] ବିକାଶଶୀଳ ଦେଶମାନଙ୍କରେ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଦେଇ ଖାଦ୍ୟପୂର୍ତ୍ତି (supplementation) କଲେ ଉପକାରର ପ୍ରମାଣ ମିଳୁଛି । [୧୬] ଅଭାବୀ ଲୋକଙ୍କୁ ଅର୍ଥ ସାହାଯ୍ୟ କରିବାଦ୍ୱାରା ସେମାନେ ସ୍ଥାନୀୟ ବଜାରରୁ ଖାଦ୍ୟ କିଣି ଖାଇବା ଫଳପ୍ରଦ ହୁଏ ।[୧୫][୧୭] କେବଳ ସ୍କୁଲରେ ଖାଦ୍ୟ ଖୁଏଇବା ଯଥେଷ୍ଟ ନୁହେଁ । [୧୫] ଅଧିକାଂଶ ସମୟରେ ଗମ୍ଭୀର କୁପୋଷଣ ରୋଗୀକୁ ତାଙ୍କର ନିଜ ଘରେ ପ୍ରସ୍ତୁତ-ଖାଦ୍ୟ ଦେବା ସମ୍ଭବ । [୧୬] ଅବସ୍ଥା ଅତି ଗମ୍ଭୀର ଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । [୧୬] ନିମ୍ନ ରକ୍ତ ଶର୍କରା, କମ୍ ଶରୀର ଉତ୍ତାପ, ନିର୍ଜଳନର ଚିକିତ୍ସା ସ‌ହ କ୍ରମାନ୍ୱୟ ଖାଦ୍ୟ ଦେବା ବ୍ୟବସ୍ଥା କରାଯାଏ । [୧୬][୧୮] ସଂକ୍ରମଣ ସମ୍ଭାବନା ଥିବାରୁ ନିୟମିତ ଆଣ୍ଟିବାୟୋଟିକ୍ ଦେବାକୁ ପରାମର୍ଶ ଦିଆଯାଏ । [୧୮] ଦୀର୍ଘକାଳୀନ ବ୍ୟବସ୍ଥାରେ କୃଷି ବ୍ୟବସ୍ଥା ଆବଶ୍ୟକ, [୧୯] ଯାହାଦ୍ୱାରା ଦାରିଦ୍ର୍ୟ ଦୂରୀକରଣ, ଉନ୍ନତ ପରିମଳ ବ୍ୟବସ୍ଥା ଓ ମହିଳା ସଶକ୍ତିକରଣ ହୋଇପାରିବ । [୧୫]

ସନ ୨୦୧୦ ସୁଦ୍ଧା ପୃଥିବୀରେ ୯୨୫ ନିୟୁତ ଅପ‌ପୁଷ୍ଟି ରୋଗୀ ଥିଲେ ଯାହା ୧୯୯୦ ସନ ଅପେକ୍ଷା ୮୦ ନିୟୁତ ଅଧିକ ଥିଲା ।[୨୦][୨୧] ଆଉ ଏକ ବିଲିଅନ ଲୋକ ଭିଟାମିନ ଓ ଖାଦ୍ୟ ଲବଣ ଅଭାବରେ ପୀଡ଼ିତ ଅଛନ୍ତି । [୧୫] ସନ ୨୦୧୦ରେ ପୁଷ୍ଟିସାର-ଶକ୍ତି କୁପୋଷଣ ମୃତ୍ୟୁ ସଂଖ୍ୟା ୬୦୦,୦୦୦ ଥିଲା ଯାହା ସନ ୧୯୯୦ର ଉଲ୍ଲିଖିତ ସଂଖ୍ୟା ଥିଲା ୮୮୩,୦୦୦ । [୨୨] ଅନ୍ୟାନ୍ୟ ପୋଷକ ଅଭାବ ନାମ ଆୟୋଡିନ ଅଭାବ, ଲୌହାଭାବ ଆନିମିଆ ଯୋଗୁ ୮୪,୦୦୦ ମୃତ୍ୟୁ ହୋଇଥିଲା । [୨୨] ଅନୁପୋଷଣ (undernutrition) ଯୋଗୁ ସନ ୨୦୧୦ରେ ୧.୪% ବିକଳାଙ୍ଗ ନିୟନ୍ତ୍ରିତ ଜୀବନବର୍ଷ (disability adjusted life years) ଥିଲା । [୧୫][୨୩] ପିଲାଙ୍କ ମୃତ୍ୟୁ ସଂଖ୍ୟାର ପ୍ରାୟ ଏକ ତୃତୀୟାଂଶ ଅନୁପୋଷଣ ଯୋଗୁ ହେବା ବିଶ୍ୱାସ କରାଯା‌ଥିଲା କିନ୍ତୁ ସମସ୍ତ ରୋଗୀଙ୍କୁ ଏହି ଦଳରେ ନିଆଯାଇ ନ ଥିଲା । [] ସନ ୨୦୧୦ର ହିସାବ ଅନୁସାରେ ଏହି ରୋଗ ଯୋଗୁ ମହିଳା ଓ ପିଲାଙ୍କ ମୃତ୍ୟୁ ୧.୫ ନିୟୁତ ଥିଲା, [୨୪] ଯଦିଓ କେତେକ ହିସାବ ଅନୁସାରେ ଏହା ୩ ନିୟୁତରୁ ଅଧିକ ହେବା ସମ୍ଭାବନା ଅଛି । [୧୬] ଏହି ରୋଗ ଯୋଗୁ ଅଧିକ ୧୬୫ ନିୟୁତ ପିଲାଙ୍କର ବାମନ-ବିକାଶ ଥିଲା । [୧୬] ବିକାଶଶୀଳ ଦେଶମାନଙ୍କରେ ଅନୁପୋଷଣ ସାଧାରଣତଃ ଦେଖାଯାଏ । [୨୫]

ଡବ୍ଲ୍ୟୁ.ଏଚ୍.ଓ. ରିପୋର୍ଟ ଅନୁସାରେ ଭୋକ ଓ ତତ୍ ସମ୍ବନ୍ଧୀୟ ଅପପୁଷ୍ଟି ବର୍ତ୍ତମାନ ଏକକ ଜନ ସ୍ୱାସ୍ଥ୍ୟ ସଙ୍କଟ ହେଲାଣି[୨୬][୨୬][୨୭] । ଉପଯୁକ୍ତ ପୋଷକ ପାଇଲେ ଏହାର ସମାଧାନ ହେବ । ଅପପୁଷ୍ଟିର କାରଣ ଅନୁସାରେ ଉପଯୁକ୍ତ ପୋଷକ ଦେଇ ପାରିଲେ ଅର୍ଥର ଉପଯୁକ୍ତ ବିନିଯୋଗ ହୋଇ ପାରିବ[୨୮] । ଅତ୍ୟଧିକ ଅଭାବ ଥିଲେ ଆପାତ କାଳୀନ ଭିତ୍ତିରେ ଉନ୍ନତ ମାଇକ୍ରୋପୋଷକ (Micronutrient) ସ୍ୟାଚେଟ (Sachet) ଭିତରେ ବା ଖାଦ୍ୟ ସହ ଦିଆଯାଏ[୨୯][୩୦] [୩୧] । ଦେହରେ ଅତି ସ୍ୱଳ୍ପ ମାତ୍ରାରେ ଆବଶ୍ୟକ ହେଉଥିବା ଖଣିଜ ପଦାର୍ଥକୁ ମାଇକ୍ରୋପୋଷକ କୁହାଯାଏ । ଆପାତ ସ୍ଥିତିରେ ଅତ୍ୟଧିକ ଅପପୁଷ୍ଟି ହେଲେ ପୂର୍ବ ପ୍ରସ୍ତୁତ ଉପଯୁକ୍ତ ଖାଦ୍ୟ ଦେବାଦ୍ୱାରା ଓଜନ ବଢିବା ଦେଖା ଯାଉଥିବାରୁ ଡବ୍ଲ୍ୟୁ.ଏଚ୍.ଓ., ୟୁନିସେଫ୍ ଓ ୟୁ.ଏନ୍.ଫୁଡ ପ୍ରୋଗ୍ରାମ ଏହାକୁ ସୁପାରିଶ କରିଛନ୍ତି । ଦୁର୍ଭିକ୍ଷ ସମୟରେ ଅର୍ଥ (Cash) ବା କ୍ୟାସ ଭାଉଚର୍ (Cash voucher) ଲୋକଙ୍କୁ ଦେଲେ ସେମାନେ ସ୍ଥାନୀୟ ଚାଷୀଙ୍କଠାରୁ ଖାଦ୍ୟ କିଣି ଖାଇଲେ ଦାନରୁ ମିଳିଥିବା ଖାଦ୍ୟଠାରୁ ଭଲ ହେବ । ଉଡାଜାହାଜରୁ ଖାଦ୍ୟ ତଳକୁ ପକାଇଲେ ତଳେ ଥିବା ଲୋକମାନେ ଆଘାତପ୍ରାପ୍ତ ହେବା ଆଶଙ୍କା ଥାଏ[୩୨][୩୩]

ଦୀର୍ଘ ସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇ ଉନ୍ନତ କୃଷି ପ୍ରଣାଳିରେ ଚାଷ କଲେ ଭବିଷ୍ୟତରେ ଖାଦ୍ୟାଭାବ ଦୂର ହେବ, କିନ୍ତୁ ବିଯୁକ୍ତାତ୍ମକ ଫଳ ପ୍ରତି ସତର୍କ ରହିବାକୁ ହେବ[୧୯] । ଆଧୁନିକ ସ୍ଥିତିରେ ଚାଷୀକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ଚେଷ୍ଟା କରାଯାଉଛି[୩୪] । ବର୍ଲ୍ଡ ବ୍ୟାଙ୍କ ଚାଷୀଙ୍କୁ ସବସିଡି ଦେବାରେ କିଛି ବାଧକ ରଖିଛି, ସାର ବ୍ୟବହାରରେ[୩୫] ମଧ୍ୟ ପରିବେଶ କ୍ଷତିଗ୍ରସ୍ତ ଓ ମାନବ ସ୍ୱାସ୍ଥ୍ୟ ହାନୀ[୩୬] ହେବାର ସମ୍ଭାବନା ଅଛି ଓ ଅନେକ ସୋସାଇଟି ଏହାକୁ ବିରୋଧ କରୁଛନ୍ତି[୩୭]
ମହିଳା, ପିଲା ଓ ବୟସ୍କ ଲୋକମାନଙ୍କର ଅପପୁଷ୍ଟି ଅଧିକ ଧ୍ୟାନ ଆକର୍ଷଣକାରୀ ଅଟେ । ସ୍ତନ୍ୟ ପାନ ଓ ଗର୍ଭ ଯୋଗୁ ମହିଳାମାନେ ଅଧିକ ପୋଷକ ଆବଶ୍ୟକ କରନ୍ତି । ଗର୍ଭଧାରୀ ମାତାର ଅପପୁଷ୍ଟି ଥିଲେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଅପପୁଷ୍ଟି ପ୍ରଭାବ ପଡେ । ସ୍ତନ୍ୟ ପାନଦ୍ୱାରା ନୂତନ ଶିଶୁର କୁପୋଷଣ କମି ଯାଏ । ମାତା ଶିକ୍ଷିତ ହେଲେ ତାହାର ପ୍ରଭାବ ପଡ଼ିବ[୩୮] । ବୟଷ୍କମାନଙ୍କର କମ୍ ଭୋକ, ଚୋବେଇବା ତଥା ଗିଳିବା ଅସୁବିଧା ଓ କମ ଏନର୍ଜି ଯୋଗୁ ଅପପୁଷ୍ଟି ସଙ୍କଟ ଅଧିକ ରହେ । ଏମାନଙ୍କର ଅଧିକ ଯତ୍ନ ଆବଶ୍ୟକ ।

  1. "malnutrition" at Dorland's Medical Dictionary
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ Facts for life (PDF) (4th ed. ed.). New York: United Nations Children's Fund. 2010. pp. 61 and 75. ISBN 978-92-806-4466-1. Archived from the original (PDF) on 2018-12-12. Retrieved 2013-08-11. {{cite book}}: |edition= has extra text (help); |first1= missing |last1= (help)
  3. ୩.୦ ୩.୧ ୩.୨ ୩.୩ ୩.୪ Young, E.M. (2012). Food and development. Abingdon, Oxon: Routledge. pp. 36–38. ISBN 9781135999414.
  4. ୪.୦ ୪.୧ Essentials of International Health. Jones & Bartlett Publishers. 2011. p. 194. ISBN 9781449667719.
  5. "malnutrition" at Dorland's Medical Dictionary
  6. Arthur Sullivan; Steven M. Sheffrin (2003). Economics: Principles in action. Upper Saddle River, New Jersey 07458: Prentice Hall. p. 481. ISBN 0-13-063085-3. Archived from the original on 2016-12-20. Retrieved 2021-02-26.{{cite book}}: CS1 maint: location (link)
  7. "Facts for Life" (PDF). UNICEF. Archived from the original (PDF) on 2018-12-12. Retrieved March 2012. {{cite web}}: Check date values in: |accessdate= (help)
  8. "Progress For Children: A Report Card On Nutrition" (PDF). UNICEF. Archived from the original (PDF) on 2021-01-12. Retrieved 2013-08-11.
  9. ୯.୦ ୯.୧ ୯.୨ ୯.୩ "Maternal, newborn, child and adolescent health". WHO. Retrieved 4 July 2014.
  10. Konje, editor, Mala Arora ; co-editor, Justin C. (2007). Recurrent pregnancy loss (2nd ed. ed.). New Delhi: Jaypee Bros. Medical Publishers. ISBN 9788184480061. {{cite book}}: |edition= has extra text (help); |first1= has generic name (help)CS1 maint: multiple names: authors list (link)
  11. "Progress For Children: A Report Card On Nutrition" (PDF). UNICEF. Archived from the original (PDF) on 2021-01-12. Retrieved 2013-08-11.
  12. Prentice, editor-in-chief, Benjamin Caballero ; editors, Lindsay Allen, Andrew (2005). Encyclopedia of human nutrition (2nd ed. ed.). Amsterdam: Elsevier/Academic Press. p. 68. ISBN 9780080454283. {{cite book}}: |edition= has extra text (help); |first1= has generic name (help)CS1 maint: multiple names: authors list (link)
  13. Stoelting's anesthesia and co-existing disease (6th ed. ed.). Philadelphia: Saunders/Elsevier. 2012. p. 324. ISBN 9781455738120. {{cite book}}: |edition= has extra text (help)
  14. editors, Ronnie A. Rosenthal, Michael E. Zenilman, Mark R. Katlic, (2011). Principles and practice of geriatric surgery (2nd ed. ed.). Berlin: Springer. p. 78. ISBN 9781441969996. {{cite book}}: |edition= has extra text (help); |last1= has generic name (help)CS1 maint: extra punctuation (link) CS1 maint: multiple names: authors list (link)
  15. ୧୫.୦ ୧୫.୧ ୧୫.୨ ୧୫.୩ ୧୫.୪ ୧୫.୫ "An update of 'The Neglected Crisis of Undernutrition: Evidence for Action'" (PDF). www.gov.uk. Department for International Development. Oct 2012. Retrieved 5 July 2014.
  16. ୧୬.୦ ୧୬.୧ ୧୬.୨ ୧୬.୩ ୧୬.୪ ୧୬.୫ ୧୬.୬ ୧୬.୭ Bhutta, ZA; Das, JK; Rizvi, A; Gaffey, MF; Walker, N; Horton, S; Webb, P; Lartey, A; Black, RE; Lancet Nutrition Interventions Review, Group; Maternal and Child Nutrition Study, Group (Aug 3, 2013). "Evidence-based interventions for improvement of maternal and child nutrition: what can be done and at what cost?". Lancet. 382 (9890): 452–77. doi:10.1016/s0140-6736(13)60996-4. PMID 23746776.
  17. "World Food Programme, Cash and Vouchers for Food" (PDF). WFP.org. April 2012. Retrieved 5 July 2014.
  18. ୧୮.୦ ୧୮.୧ Guidelines for the inpatient treatment of severely malnourished children. Geneva: World Health Organization. 2003. ISBN 9241546093. {{cite book}}: |first1= missing |last1= (help)
  19. ୧୯.୦ ୧୯.୧ Jonathan A. Foley, NavinRamankutty, Kate A. Brauman, Emily S. Cassidy, James S. Gerber, Matt Johnston, Nathaniel D. Mueller, Christine O’Connell, Deepak K. Ray, Paul C. West, Christian Balzer, Elena M. Bennett, Stephen R. Carpenter, Jason Hill1, Chad Monfreda, Stephen Polasky1, Johan Rockström, John Sheehan, Stefan Siebert, David Tilman1, David P. M. Zaks (October 2011). "Solutions for a cultivated planet". Nature. 478 (7369): 337–342. doi:10.1038/nature10452. PMID 21993620.{{cite journal}}: CS1 maint: multiple names: authors list (link) CS1 maint: numeric names: authors list (link)
  20. "Global hunger declining, but still unacceptably high International hunger targets difficult to reach" (PDF). Food and Agriculture Organization of the United Nations. September 2010. Retrieved 1 July 2014.
  21. Food; (FAO), Agriculture Organization of the United Nations (2008). The state of food insecurity in the world, 2008 : high food prices and food security : threats and opportunities. Rome: Food and Agriculture Organization of the United Nations (FAO). p. 2. ISBN 978-92-5-106049-0. FAO's most recent estimates put the number of hungry [actually, malnourished] people at 923 million in 2007, an increase of more than 80 million since the 1990–92 base period.
  22. ୨୨.୦ ୨୨.୧ Lozano R, Naghavi M, Foreman K,; et al. (December 2012). "Global and regional mortality from 235 causes of death for 20 age groups in 1990 and 2010: a systematic analysis for the Global Burden of Disease Study 2010". Lancet. 380 (9859): 2095–128. doi:10.1016/S0140-6736(12)61728-0. PMID 23245604.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  23. Murray, CJ (Dec 15, 2012). "Disability-adjusted life years (DALYs) for 291 diseases and injuries in 21 regions, 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2197–223. doi:10.1016/S0140-6736(12)61689-4. PMID 23245608.
  24. Lim SS, Vos T, Flaxman AD,; et al. (December 2012). "A comparative risk assessment of burden of disease and injury attributable to 67 risk factors and risk factor clusters in 21 regions, 1990-2010: a systematic analysis for the Global Burden of Disease Study 2010". Lancet. 380 (9859): 2224–60. doi:10.1016/S0140-6736(12)61766-8. PMID 23245609.{{cite journal}}: CS1 maint: extra punctuation (link) CS1 maint: multiple names: authors list (link)
  25. Liz Young (2002). World Hunger Routledge Introductions to Development. p. 20. ISBN 9781134774944.
  26. ୨୬.୦ ୨୬.୧ "Malnutrition The Starvelings". The Economist. 2008-01-24.
  27. Kristof, Nicholas D. (2009-05-24). "The Hidden Hunger". New York Times.
  28. Scaling Up Nutrition: Unlocking puzzles to transform thinking and action Archived 2012-10-30 at the Wayback Machine. by R4D
  29. Anderson, Tatum (2009-06-24). "Firms target nutrition for the poor". BBC News.
  30. "Can one pill tame the illness no one wants to talk about?". Time. 2009-08-17. Archived from the original on 2013-08-26. Retrieved 2013-08-11.
  31. doi: 10.1016/S0140-6736(07)61693-6
    This citation will be automatically completed in the next few minutes. You can jump the queue or expand by hand
  32. "UN aid debate: give cash not food?". Christian Science Monitor. 2008-06-04.
  33. "Cash roll-out to help hunger hot spots". World Food Programme. December 8, 2008. Archived from the original on February 12, 2009. Retrieved August 11, 2013.
  34. Baker, Peter; Dugger, Celia W. (2009-07-09). "Obama enlists major powers to aid poor farmers with $15 billion". The New York Times.
  35. "Forgotten benefactor of humanity". The Atlantic.
  36. David Biello (March 14, 2008). "Fertilizer Runoff Overwhelms Streams and Rivers--Creating Vast "Dead Zones"". Scientific American.
  37. Dugger, Celia W. (2007-12-02). "Ending Famine, Simply by Ignoring the Experts". New York Times.
  38. UNICEF. "Introduction to Nutrition". UNICEF. Archived from the original on 2013-12-03. Retrieved March 2012. {{cite web}}: Check date values in: |accessdate= (help)